*ଖବର ଆଜିର*
ତାରିଖ ୦୭-୦୩-୨୦୨୧ ରବିବାର
୧-ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି : ସ୍ବତନ୍ତ୍ର ବିଭାଗ ହେବ ମିଶନ ଶକ୍ତି ।
୨-ସାଲିଆ ସାହିରୁ ଆଣିଲେ, ସିଆରପି ଛକରେ ହାଣିଲେ । ଭୁବନେଶ୍ୱର ସିଆରପି ଛକରେ ଯୁବକଙ୍କୁ ହତ୍ୟାର ପୁରା କାହାଣୀ କହିଲେ ଡିସିପି ।
୩-ମୋଦି ଷ୍ଟାଡିୟମରେ ମହାବିଜୟ । ଚତୁର୍ଥ ଟେଷ୍ଟରେ ଇଂଲଣ୍ଡକୁ ମାତ୍ ଦେଇ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଟିକେଟ ହାତେଇଲା ଟିମ୍ ଇଣ୍ଡିଆ ।
୪-ଇଂଲଣ୍ଡକୁ ହରାଇ ଏକାଧିକ ରେକର୍ଡ ବୁକ୍ରେ ଅକ୍ଷର ପଟେଲ ଓ ଟିମ୍ ଇଣ୍ତିଆ ।
୫-ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ ଦଳ ଆଶାବାଦୀ ।
୬-ନାସା ନକ୍ସାରେ ଶିମିଳିପାଳ: ଏବେ ବି ଜଳୁଛି ଜଙ୍ଗଲ । ପଦକ୍ଷେପ ପରେ ମଧ୍ୟ ନିୟନ୍ତ୍ରଣ ହେଉନି ନିଆଁ।
୭-ସିବିଏସଇରୁ ଓହରି ନିଜସ୍ୱ ଶିକ୍ଷା ବୋର୍ଡ ଗଠନ କରିବ ଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।
୭-ତୃଣମୂଳ ବନାମ୍ ବିଜେପି: ପଶ୍ଚିମବଙ୍ଗର ଦେବ୍ରାରେ ହେବ ଦୁଇ ପୂର୍ବତନ ଆଇପିଏସ୍ ଅଫିସରଙ୍କ ମଧ୍ୟରେ ବଳ କଷାକଷି ।
୮-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ଗଜପତି । କହିଲେ, ଶ୍ରୀମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପଦକ୍ଷେପ ନିଆଯିବ ।
୯-ଦିନ ଦ୍ୱିପହରରେ ରାସ୍ତା ଉପରେ ଯୁବକଙ୍କୁ ହାଣି ବିଭତ୍ସ ହତ୍ୟା । ଭୁବନେଶ୍ୱରର ଆଇନଶୃଙ୍ଖଳାକୁ ନେଇ ଉଠିଲା ପ୍ରଶ୍ନ ।
୧୦-ଅପେକ୍ଷାର ଅନ୍ତ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ନନ୍ଦିଗ୍ରାମରେ ମମତା-ଶୁଭେନ୍ଦୁ ଟକ୍କର ।
୧୧-କରୋନା ସଂକ୍ରମଣ ନେଇ ୮ଟି ରାଜ୍ୟକୁ କେନ୍ଦ୍ରର ପରାମର୍ଶ । ଓଡିଶାର ୧୦ ଜିଲ୍ଲାକୁ ସଂକ୍ରମଣ ସ୍ଥିତି ନେଇ ସତର୍କ କଲା କେନ୍ଦ୍ର ।
୧୨-ପିଏମ୍ କିଷାନ୍ ଯୋଜନାର ଲାଭ ପାଇବେ ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ, ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି ପରେ ପ୍ରତିଶ୍ରୁତି ଦେଲେ କେନ୍ଦ୍ର କୃଷି ମନ୍ତ୍ରୀ ।
୧୩-ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମାନବପ୍ରେମୀ ଆଦିତ୍ୟଙ୍କ ପରିବାର ।
୧୪-ମମତା ବାନାର୍ଜୀଙ୍କୁ ଆଉ ଏକ ଝଟ୍କା : ବିଜେପିରେ ସାମିଲ ହେଲେ ଟିଏମସି ହେଭିଓ୍ବେଟ୍ ଦିନେଶ ତ୍ରିବେଦୀ
୧୫-ଛାତ୍ରୀଙ୍କ ପ୍ରଶ୍ନବାଣରେ ଘାଇଲା ହେଲେ ରାକେଶ ଟିକାୟତ, ଜବାବ ନଦେଇ ମାଇକ୍ ବନ୍ଦ କରାଇଦେଲେ ।
୧୬-ବଞ୍ଚିଗଲା ଇମ୍ରାନଙ୍କ ଇଜ୍ଜତ । ୧୭୮ ଭୋଟରେ ଆସ୍ଥା ଭୋଟ ଜିତିବା ସହ ସଂସଦରେ ବହୁମତ ପ୍ରମାଣିତ କଲେ ପାକ୍ ପ୍ରଧାନମନ୍ତ୍ରୀ ।
୧୭-ଏ ବର୍ଷ ଭାରତରେ ଖେଳାଯିବ ଆଇପିଏଲ୍; ଏପ୍ରିଲ୍ ୯ରୁ ମେ ୩୦ ଯାଏ ୬ଟି ସହରରେ ଖେଳାଯିବ ମ୍ୟାଚ୍ ।
୧୮-ବିଏସଏଫ୍ ଯବାନଙ୍କ ଆତ୍ମହତ୍ୟା: ସର୍ଭିସ ବନ୍ଧକରୁ ଗୁଳି ଫୁଟାଇ ଗୁରୁତର ହୋଇ ଡାକ୍ତରଖାନାରେ ଚାଲିଗଲା ଜୀବନ ।
୧୯-୪୦.୪ ଡିଗ୍ରୀ ଛୁଇଁଲା ରାଜଧାନୀ, ପୁଣି ଦେଶର ଉତ୍ତପ୍ତ ସହର ଭୁବନେଶ୍ବର ।
୨୯-ଓଡ଼ିଶାର ୨୦ଟି ବୃହତ୍ ଡ୍ୟାମ୍ ପାଇଁ ଜରୁରୀକାଳୀନ କାର୍ଯ୍ୟ ଯୋଜନା ରହିଛି: ନୀତି ଆୟୋଗ ରିପୋର୍ଟ ।
୨୧-ଭାରତ ସ୍ୱାଧୀନତା ୭୫ ବର୍ଷ ପାଳନ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ : ୨୫୯ ଜଣିଆ କମିଟିରେ ନବୀନଙ୍କ ସମେତ ୬ ଓଡ଼ିଆ ସାମିଲ ।
୨୨-ଛାତରୁ ଖସିପଡି ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ କମ୍ପାନୀ Muthut ଗ୍ରୁପର ଚେୟାରମ୍ୟାନ୍ ଙ୍କ ମୃତ୍ୟୁ ।
*ଶୁଭ ସକାଳ,ସୁପ୍ରଭାତ*
Comments
Post a Comment