*💝ଆଜିର ଅନୁଚିନ୍ତା💝*
*🌷🌻ତାରିଖ : ୦୯-୦୩-୨୦୨୧🌻🌷*
*➡️କାମ,କ୍ରୋଧ,ଲୋଭ,ଜିଭର ସ୍ବାଦ,ଶୃଙ୍ଗାର,ଖେଳ କୌତୁକ,ବେଶି ଶୋଇବା ଓ ଅତ୍ୟଧିକ ସେବା ଏହି ଆଠଟିକୁ ମନୁଷ୍ୟ ପରିତ୍ଯାଗ କରିବା ଉଚିତ୍ ।*
*➡️ଧନ , ଜୀବନ ଓ ଯୌବନ ପାଇଁ ଗର୍ବ କର ନାହିଁ,କାରଣ ନିମିଷକରେ କାଳ ( ସମୟ )ସେ ସବୁକୁ ହରଣ କରିନିଏ ।*
*➡️ସୁଖ ବା ଦୁଃଖ ଯାହା ଆସିବ ତାକୁ ସହ୍ଯ କରିବାକୁ ପଡିବ ।ସୁଖ ଓ ଦୁଃଖ ଚକ୍ର ପରି ଘୂରୁଥାନ୍ତି ।*
*➡️ସ୍ତ୍ରୀ ମାନଙ୍କର ସ୍ବାମୀ ହିଁ ଦେବତା ।ତେଣୁ ନିଜର ପ୍ରାଣେଶ୍ବର ସ୍ବାମୀଙ୍କୁ ପତିବ୍ରତା ସ୍ତ୍ରୀ ଅନୁଗମନ କରିବା ଉଚିତ୍ ।*
*➡️ସୁନାର ହରିଣ ଜନ୍ମିବା ଅସମ୍ଭବ ।ତଥାପି ଭଗବାନ ରାମଚନ୍ଦ୍ର ସୁନାର ହରିଣ ପାଇଁ ଲୋଭ ପରବଶ ହୋଇଥିଲେ ।ବିପଦକାଳ ଉପସ୍ଥିତି ହେଲେ ଜ୍ଞାନୀ ଲୋକ ମଧ୍ୟ କର୍ତ୍ତବ୍ୟ ବିଚାର ଶୂନ୍ୟ ହୋଇପଡ଼ନ୍ତି ।*
*➡️ସୁନ୍ଦର ଦିଶୁଥିବା ପଳାଶଫୁଲ ବାସ୍ନା ନଥିବାରୁ ଯେପରି ଆଦର ପାଇ ନଥାଏ ସେହିପରି ରୂପ ଓ ଯୌବନ ଦ୍ଵାରା ବିଭୂଷିତ ଏବଂ ଆଭିଜାତ୍ଯସମ୍ପନ୍ନ ବିଶାଳ ବଂଶରେ ଜନ୍ମ ଲାଭ କରିଥିଲେ ମଧ୍ୟ ବିଦ୍ଯା ହୀନ ବ୍ଯକ୍ତି ଶୋଭା ପାଇପାରେ ନାହିଁ ।*
*➡️କାଠ ଦଣ୍ଡଟିଏ ନ ପଶିଲେ କୁରାଢୀ ଯେପରି ଗଛକୁ କାଟିପାରେ ନାହିଁ,ସେହିପରି ନିଜ ଲୋକ ସମ୍ପୃକ୍ତ ନଥିଲେ ଭିତରର ଭେଦ କଥା ବାହାରେ ପ୍ରଘଟ ହୁଏ ନାହିଁ ।*
*☘️🌸🙏ଜୟ ଜଗନ୍ନାଥ🙏🌸☘️*
Comments
Post a Comment