ଆଜିର ଖବର
ତାରିଖ–୦୯ ମାର୍ଚ୍ଚ ୨୦୨୧(ମଙ୍ଗଳବାର)
୧. ଆଇଆଇଏଫ୍ଏଲ୍ ଫାଇନାନ୍ସର ଏନ୍ସିଡି ଇସ୍ୟୁ ବାର୍ଷିକ ୧୦.୦୩ଧ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି ।
୨. ଜେଇଇ ମେନ୍ : ଗୌତମ ଦାସ ଓଡ଼ିଶା ଟପର୍ । ସାଈ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ଗୌତମ ଦାସ ୯୯.୯୯ ସ୍କୋର କରି ଓଡ଼ିଶା ଟପର୍ ହୋଇଛନ୍ତି। ସେ ବାଲେଶ୍ବର ବାସିନ୍ଦା ରବୀନ୍ଦ୍ର ଦାସଙ୍କ ପୁଅ ବୋଲି ଜଣାପଡ଼ିଛି ।
୩. କୋଟିଏ ମା’ଙ୍କ ଆନ୍ଦୋଳନ ହେବାକୁ ଯାଉଛି ମିସନ ଶକ୍ତି ।
୪. ବଦଳିଲେ ପୁଲିସ କମିସନର : ସୌମେନ୍ଦ୍ର ପ୍ରିୟଦର୍ଶୀ ନୂଆ କମିସନର ।
୫. ସଂରକ୍ଷଣ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏକ ମହତ୍ତ୍ବପୂର୍ଣ୍ଣ ଉତ୍ତର ଲୋଡ଼ିଛନ୍ତି । ନିଯୁକ୍ତି ଓ ଅଧ୍ୟୟନ କ୍ଷେତ୍ରରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବା ଉଚିତ କିମ୍ବା ଅଧିକ ହେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି ।
୬. ସରକାରଙ୍କ ନିଦ ଭାଙ୍ଗିଲା : ଜଙ୍ଗଲ ନିଆଁ ପାଇଁ ଟାସ୍କଫୋର୍ସ ।
୭. ଧାନ କିଣା ଅବ୍ୟବସ୍ଥା ସୀମା ଟପିଲା : ମଣ୍ଡିରେ ଗଦା ଗଦା ଧାନ ଧରି ବସିଛନ୍ତି ଚାଷୀ । ବଲାଙ୍ଗୀର, ପଦ୍ମପୁର, ବରଗଡ଼ରେ ସ୍ଥିତି ସାଂଘାତିକ ମଡେଲ ଜିଲ୍ଲା କଟକରୁ ଉଠିଛି ମାତ୍ର ୫୦% ଧାନ
ଧରାଛୁଆଁ ଦେଉନାହାନ୍ତି ଯୋଗାଣମନ୍ତ୍ରୀ, ସଚିବ
ଠକିଦେଲେ ସରକାର: କଂଗ୍ରେସ ବିଧାୟକ ଦଳ ନେତା ।
୮. ଉଡ଼ାନ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ : ସାମଗ୍ରିକ ବିକାଶ ପାଇଁ ମହିଳାଙ୍କ ୫୦ ପ୍ରତିଶତ ସହଭାଗିତା ଜରୁରୀ ।
୯. ଶ୍ରୀମନ୍ଦିରକୁ ବିଭିନ୍ନ ସମୟରେ ମିଳିଥିବା ଅଳଙ୍କାରକୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ନାଜିରଖାନାରୁ ଶ୍ରୀମନ୍ଦିର ଭଣ୍ଡାର ଘରକୁ ନିଆଯାଇଛି । ଦୀର୍ଘଦିନ ହେଲା ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ନାଜିରଖାନାରେ ପୁଲିସ୍ର କଡ଼ା ପହରା ମଧ୍ୟରେ ଏସବୁକୁ ରଖିଥିଲା ।
୧୦. ରାଜ୍ୟ ସୂଚନା କମିସନର ଭାବେ ଶପଥ ନେଲେ ସଞ୍ଜୟ ସ୍ବାଇଁ ।
୧୧. ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତରଫରୁ ଆୟୋଜିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ର ଫାଇନାଲରେ ଭାରତୀୟ କ୍ରିକେଟ୍ ଦଳର ମୁକାବିଲା ନ୍ୟୁଜିଲାଣ୍ଡ ସହ ହେବ। ଆସନ୍ତା ଜୁନ୍ ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଦାମ୍ପଟନ୍ରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ମ୍ୟାଚ୍ ଖେଳାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ।
୧୨. ଜିଲା କୋର୍ଟରେ ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ ।
୧୩. ବିଶ୍ୱ ମହିଳା ଦିବସକୁ କଳା ଦିବସ ରୂପେ ପାଳନ କଲା ଭୁବନେଶ୍ୱର ଜିଲ୍ଲା ମହିଳା କଂଗ୍ରେସ।
୧୪. ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି କରିବା ପାଇଁ ଯୁବ କଂଗ୍ରେସର ପ୍ରସ୍ତାବ ପାରିତ ।
୧୫. ପଶ୍ଚିମବଙ୍ଗ ରାଲିରେ ମମତା ବାନାର୍ଜୀ କହିଲେ ଦିନେ ଦେଶର ନାମ ନରେନ୍ଦ୍ର ମୋଦୀ ହୋଇଯିବ ।
୧୬. ୭ ବର୍ଷରେ ଦୁଇ ଗୁଣ ବଢିଛି ରୋଷେଇ ଗ୍ୟାସ୍ର ମୂଲ୍ୟ, ପେଟ୍ରୋଲ-ଡିଜେଲ୍ ଉପରେ ଟ୍ୟାକ୍ସ ସଂଗ୍ରହ ୪୫୯ ପ୍ରତିଶତରୁ ଅଧିକ ।
୧୭. କଳାହାଣ୍ଡି, ସୁନ୍ଦରଗଡ଼ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୨୪୫୦କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିବେ।
୧୮. ସେଣ୍ଟ୍ରାଲ କୋଲକାତାରେ ଅଗ୍ନିକାଣ୍ଡ: ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ ।
୧୯. ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ ! ଏଣିକି ଗୋଟିଏ ନମ୍ବର ଡାଏଲରେ ହେବ ସବୁ ସମସ୍ୟାର ସମାଧାନ । ନମ୍ବରଟି ହେଉଛି ୧୩୯ ।
୨୦. କରୋନା ଲଢେଇରେ ଆଉ ପାଦେ ଆଗେଇଲା ଭାରତ ବାୟୋଟେକ । ହାଇଦ୍ରାବାଦରେ ନାଜାଲ ଭାକସିନର ଜରୁରୀକାଳିନ ପରୀକ୍ଷଣ ଆରମ୍ଭ ।
୨୧. କୋଭିଡ଼ ଗାଇଡଲାଇନ ନିୟମ ଉଲ୍ଲଂଘନ ମାମଲାରେ ୧୧ ଗିରଫ, ୭୫୭ ବାହନ ଜବତ ।
୨୨. ଭାରତରେ ୫ଜି ଲଞ୍ଚ କରିବାକୁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ଯୋଜନା କରୁଛନ୍ତି । ୨୦୨୨ ପୂର୍ବରୁ ଭାରତରେ ୫ଜି ଲଞ୍ଚ ହେବା ସମ୍ଭବପର ନୁହେଁ ବୋଲି କୁହାଯାଉଛି। ଏହା ସମ୍ଭବ ହେବ ଯେତେବେଳେ ସରକାର ସ୍ପେକ୍ଟ୍ରମ ନିଲାମ ପାଇଁ ଆଗକୁ ଆସିବେ ।
୨୩. ରାଜ୍ୟରେ ସୋମବାର ୮୮ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫,୧୬୮ରେ ପହଞ୍ଚିଛି ।
୨୪. ପ୍ରକାଶ ପାଇଲା JEE ମେନ୍ ରେଜଲ୍ଟ । ନେସନାଲ ଟେଷ୍ଟିଂ ଏଜେନ୍ସି (NTA) ଅଧିନରେହୋଇଥିବା JEE ମେନ୍ ପରୀକ୍ଷା ରେଜଲ୍ଟ ଘୋଷଣା କରାଯାଇଛି । jeemain.nta.nic.in ସାଇଟ୍ରେ ରେଜଲ୍ଟ ଉପଲବ୍ଧ ।
୨୫. ରାଜନେତାଙ୍କ ବିରୋଧରେ ମାମଲାର ତ୍ବରିତ ଶୁଣାଣି ପ୍ରସଂଗ : ଏପ୍ରିଲ ୫ ସୁଦ୍ଧା ସରକାର ଦେବେ ସତ୍ୟପାଠ ।
୨୬. ତେଲ ଦରକୁ ନେଇ ରାଜ୍ୟସଭାରେ ହଙ୍ଗାମା ।
୨୭. ଇତିହାସ ରଚିଲେ ପାଡିକଲ । ବିଜୟହଜାରେ ଟ୍ରଫିରେ କ୍ରମାଗତ ୪ ଶତକ ।
➡️କରୋନା ଟିପ୍ସ୍ : କରୋନା କବଳରୁ ନିଜକୁ ଓ ସମାଜକୁ ସୁରକ୍ଷିତ ରଖିବା ଆମର କର୍ତ୍ତବ୍ୟ । ସେଥିପାଇଁ ବାହାରକୁ ଗଲେ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ବାରମ୍ବାର ହାତ ଧୋଇବା -ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।
ଆଜି ପଙ୍କୋଦ୍ଧାର ଏକାଦଶୀ(ମଙ୍ଗଳବାର)
ଶୁଭସକାଳ , Good Morning 🙏
Comments
Post a Comment