ସକାଳ ର ଖବର

 *ସକାଳର ଖବର*

*ତାରିଖ ୧୩/୦୩/୨୦୨୧,ଶନିବାର*


➡️୧-ରାଜ୍ୟରେ ୧୨୧୪ କୋଟି ଟଙ୍କାର ପୁଞ୍ଜି ନିବେଶକୁ ମଞ୍ଜୁରୀ ଦେଲେ ସରକାର, ଭୁବନେଶ୍ବରରେ ହେବ ଫାଇଭ ଷ୍ଟାର ହୋଟେଲ ।


➡️୨-ଇଷ୍ଟକୋଷ୍ଟ ରେଲୱେ ର ସୂଚନା, ପରିସ୍ଥିତିରେ ସୁଧାର ଆସିଲେ ଏପ୍ରିଲରୁ ଚାଲିପାରେ ସବୁ ପାସେଞ୍ଜର, ଏକ୍ସପ୍ରେସ ଟ୍ରେନ ।


➡️୩-କୃଷି ଓ କୃଷକଙ୍କ ଉନ୍ନୟନ ପାଇଁ ରାଜ୍ୟସ୍ତରୀୟ କୃଷି ପ୍ରଦର୍ଶନୀ କୃଷି ଓଡ଼ିଶା ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ।


➡️୪-ଓଡ଼ିଶାର ପ୍ରଥମ ହସ୍ପିଟାଲ୍ ଭାବେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆଇଡି-ନାଟ୍ ମେସିନ୍‌ ଆରମ୍ଭ ।


➡️୫-ଅଗଷ୍ଟ ପହିଲାରେ ହେବ ନିଟ୍‌ ପରୀକ୍ଷା : ୧୧ଟି ଭାଷାରେ ଆସିବ ପ୍ରଶ୍ନ-ପତ୍ର ।


➡️୬-କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା : ବାଲ୍‌ ସାହିତ୍ୟରେ ରାମଚନ୍ଦ୍ର ଓ ଯୁବ ସାହିତ୍ୟରେ ଚନ୍ଦ୍ରଶେଖର ।


➡️୭-ଅଡିଓ କ୍ୟାସେଟ୍ ଉଦ୍‌ଭାବକ ଲୋଉ ଓଟେନ୍ସଙ୍କ ପରଲୋକ, ୯୪ ବର୍ଷ ବୟସରେ ହେଲା ମହାପ୍ରୟାଣ ।


➡️୮-ଲବଣ ସତ୍ୟାଗ୍ରହ ଇଞ୍ଚୁଡ଼ି ଠାରେ ପାଳିତ ହେଲା ୭୫ବର୍ଷ ଉଲକ୍ଷେ ଗନ୍ଧୀଜୀଙ୍କ ଦାଣ୍ଡି ଯାତ୍ରା ଅମୃତ ଶୁଭ ବେଳାର ସ୍ମୃତି ।


➡️୯-ହସ୍ପିଟାଲରୁ ମମତା ଡିସଚାର୍ଜ ; ହ୍ବିଲ୍ ଚେୟାର ଭରସା ।


➡️୧୦-ଲଣ୍ଡନରୁ ଟୁଇଟ୍ କଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ । ଝିଅ ମରିୟମକୁ ପାକିସ୍ତାନ ସରକାର ଧମକାଉଥିବା କଲେ ଅଭିଯୋଗ ।


➡️୧୧-ନାଇଜେରିଆ: ବିଦ୍ୟାଳୟ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ, ବନ୍ଧୁକ ମୁନରେ ୩୦ ଛାତ୍ରଛାତ୍ରୀ ଅପହୃତ ।


➡️୧୨-ରେକର୍ଡ ବୁକ୍‌ରେ ମିତାଲି : ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ୧୦ ହଜାର ରନ୍‌ ।


ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଚମକିଲା ଇଂଲଣ୍ଡ : ପ୍ରଥମ ଟି-୨୦ରେ ଭାରତ ପରାସ୍ତ । ବିଜୟରୁ ଅଭିଯାନ ଆରମ୍ଭ କଲା ଇଂଲଣ୍ଡ । ୮ ୱିକେଟରେ ଇଂଲଣ୍ଡ ବିଜୟୀ ।


*➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।*


*ଶୁଭ ସକାଳ,ସୁପ୍ରଭାତ*

*ଆଜି ହେଉଛି ଶନି ଅମବାସ୍ୟା*

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch