Today Short Odia News


*╭─────────────────────╮*
*🌄ସକାଳର ଖବର, ୨୯-ଡିସେମ୍ବର-୨୦୨୩, ଶୁକ୍ରବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ରାଜ୍ୟ ସ୍ବାସ୍ଥ୍ୟ ସେବାରେ ଯୋଗ ଦେଲେ ୨୪୭୩ ମେଡିକାଲ ଅଫିସର l କଳିଙ୍ଗ ଷ୍ଟାଡିୟମରେ ନୂତନ ଡାକ୍ତରଙ୍କୁ ଦିଗଦର୍ଶନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

➡️୨-ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠ ପାଇଁ ଗର୍ଭଗୃହରେ କେବଳ ୫ ଜଣ ଉପସ୍ଥିତ ରହିବେ। ଏହି ଯଜ୍ଞରେ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ଉପସ୍ଥିତ ରହିବେ।

➡️୩-ଆସନ୍ତାକାଲି ଅପରାହ୍ନରେ ନୂତନ ଭାବେ ନିର୍ମିତ ଅଯୋଧ୍ୟା ବିମାନବନ୍ଦରର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ଏହା ସହ ଶ୍ରୀ ମୋଦୀ ନୂତନ ଅମୃତ ଭାରତ ଟ୍ରେନ୍ ଏବଂ ବନ୍ଦେ ଭାରତ ଟ୍ରେନର ମଧ୍ୟ କରିବେ ଶୁଭାରମ୍ଭ ।

➡️୪-ଜାନୁଆରି ୧ ତାରିଖରୁ ରାଜ୍ୟର ସମସ୍ତ ପିଡିଏସ୍‌ କେନ୍ଦ୍ରକୁ ବନ୍ଦ ପାଇଁ ଧମକ ଦେଲା ପିଡିଏସ୍‌ ଡିଲର ଫେଡରେସନ୍‌ର ଓଡ଼ିଶା ୟୁନିଟ। ରାଜ୍ୟରେ ଥିବା ସମସ୍ତ ପିଡିଏସ୍‌ ଡିଲରଙ୍କର ୩୦ ମାସର ବକେୟା, କୋଭିଡ୍‌ ସମୟର ବକେୟା ପ୍ରଦାନ ସମେତ ବିଭିନ୍ନ ଦାବି ନେଇ ହେବ ଏହି ଆନ୍ଦୋଳନ l

➡️୫-ଦୂରଦର୍ଶନର ପୂର୍ବତନ ପୋଗ୍ରାମ ଏକ୍ସୁକେଟିଭ ସଚ୍ଚିଦାନନ୍ଦ ମହାନ୍ତିଙ୍କ ଗତକାଲି ଅପରାହ୍ନ ୪.୪୫ରେ ହେଲା ପରଲୋକ l ଦଧୀଚି ବିମାନରେ ତାଙ୍କ ମୃତ ଶରୀରକୁ ଏସିବି ମେଡିକାଲ୍‌ କଲେଜକୁ ନିଆଯାଇ କରାଗଲା ଦାନ l

➡️୬-ଜାନୁୟାରୀ ୫ରୁ ୧୫ ଗାଁ ଗାଁରେ ବୁଲିବ ଜଗନ୍ନାଥ ରଥ । ପୁରୀକୁ ପଠାଯିବ ଗାଁରୁ ସଂଗ୍ରହ ହୋଇଥିବା ଚାଉଳ ଓ ଗୁଆ । 

➡️୭-ଅଯୋଧ୍ୟା ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ପୂର୍ବରୁ ୟୁପି ସରକାରଙ୍କ ବଡ଼ ନିଷ୍ପତ୍ତି, ୮୪ କୋସୀ ପରିକ୍ରମା ମାର୍ଗରେ ହେଲା ମଦ ବ୍ୟାନ୍ l

➡️୮-ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ । ଦେଶରେ ଦିନକରେ ୬୯୨ ସଂକ୍ରମିତ ଚିହ୍ନଟ, ୨୪ଘଂଟାରେ ଗଲା ୬ଜଣଙ୍କ ଜୀବନ l ଏପଟେ ଦାଦନ ଶ୍ରମିକଙ୍କ ଯାତାୟାତକୁ ନେଇ ଗଞ୍ଜାମରେ ବଢ଼ିଲା ଭୟ । 

➡️୯-ରେଲୱେ ଷ୍ଟେସନ ପରେ ଏବେ ଅଯୋଧ୍ୟା ବିମାନ ବନ୍ଦରର ହେଲା ନାମକରଣ l ଏଣିକି ମହର୍ଷି ବାଲ୍ମୀକି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ନାମରେ ଜାଣିବେ ଲୋକେ l

➡️୧୦-ମାତ୍ର ୬ ଦିନ ଭିତରେ ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ଆୟ କରି ରେକର୍ଡ କଲା ପ୍ରଭାସଙ୍କ ଫିଲ୍ମ ‘ସାଲାର୍‌’ l

➡️୧୧-ଥଣ୍ଡା ଯୋଗୁଁ ୧୭ ଦିନ ସ୍କୁଲ୍‌ ବନ୍ଦ ଘୋଷଣା କଲେ ନଏଡା ଏବଂ ଗାଜିୟାବନ୍ଦ ପ୍ରଶାସନ l ଡିସେମ୍ବର ୨୯ ତାରିଖ ଶୁକ୍ରବାର ଠାରୁ ଏହି ଛୁଟି ଆରମ୍ଭ ହୋଇଛି । ଜାନୁଆରୀ ୧୪ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍‌ ଛୁଟି ରହିବ ।

➡️୧୨-ସୁପ୍ରିମକୋର୍ଟ କଲେଜିଅମରଙ୍କ ସୁପାରିଶ, ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ହେବେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି l

➡️୧୩-ଖୁବଶୀଘ୍ର ଗୁଜରାଟରେ କାରଖାନା କରିବ ଟେସ୍‌ଲା l କାରଖାନା ସ୍ଥାପନ ଲାଗି ଟେସ୍‌ଲା ଗୁଜରାଟକୁ ଚୟନ କରିଥିବା ଚର୍ଚ୍ଚା ହେଉଛି। ଆସନ୍ତା ଜାନୁଆରିରେ ହେବାକୁ ଥିବା ଭାଇବ୍ରାଣ୍ଟ୍‌ ଗୁଜରାଟ ସମ୍ମିଳନୀରେ ଏ ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା ହେବାର ସମ୍ଭାବନା ରହିଛି।

➡️୧୪-ହରିୟାଣା ଜମି ଦୁର୍ନୀତି ମାମଲାରେ ବେଆଇନ ନେଣଦେଣର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଚାର୍ଜସିଟ୍‌ରେ ପ୍ରଥମ ଥର ପାଇଁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନାମ ହେଲା ସାମିଲ l

➡️୧୫-ରାଜସ୍ଥାନ କ୍ୟାଡର୍‌ ବରିଷ୍ଠ ଆଇପିଏସ୍‌ ଅଫିସର ନୀନା ସିଂହ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ(ସିଆଇଏସ୍‌ଏଫ୍‌)ର ଡିଜି ଭାବରେ ହେଲେ ନିଯୁକ୍ତ । ସିଆଇଏସ୍‌ଏଫ୍‌ ମହାନିର୍ଦ୍ଦେଶକ ପଦରେ ପହଞ୍ଚିବାରେ ପ୍ରଥମ ମହିଳା ଅଧିକାରୀ ହେଲେ ନୀନା ସିଂହ।

➡️୧୬-କୂଟନୀତିରେ ଭାରତକୁ ମିଳିଲା ବଡ ସଫଳତା । କତାରରେ ଭାରତର ୮ ପୂର୍ବତନ ନୌସେନା ଅଧିକାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ଲାଗିଲା ରୋକ l

➡️୧୭-ପଶ୍ଚିମ ଆଫ୍ରିକୀୟ ଦେଶ ଲାଇବେରିଆରେ ଇନ୍ଧନ ଭର୍ତ୍ତି ଟାଙ୍କି ବିସ୍ଫୋରଣ ହେବାରୁ ୪୦ ଜଣଙ୍କର ହେଲା ମୃତ୍ୟୁ  l

➡️୧୮-ପୁଣି ଭାଙ୍ଗିଲା ଦକ୍ଷିଣ ଆଫ୍ରିକାରେ ସିରିଜ୍ ଜିତିବାର ସ୍ୱପ୍ନ, ପ୍ରଥମ ଟେଷ୍ଟରେ ଇନିଂସ ଏବଂ ୩୨ ରନ୍ ରେ ହାରିଲା ଭାରତ l ସେଞ୍ଚୁରିଅନ୍ ଟେଷ୍ଟରେ ସମ୍ପୂର୍ଣ୍ଣ ହାତ ଟେକି ଆତ୍ମସମର୍ପଣ କଲା ଭାରତ। ଘରୋଇ ଦଳ ମାତ୍ର ୩ ଦିନ ଭିତରେ ଏକ ପାଳି ଓ ୩୨ ରନ୍‌ରେ ଜିତି ୨ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ହେଲା ଆଗୁଆ l

➡️୧୯-ୱାଇଏସ୍‌ଆର୍‌ କଂଗ୍ରେସ ଦଳରେ ଯୋଗ ଦେଲେ ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ l ଗତକାଲି ସେ ଆନ୍ଧ୍ରପ୍ରଦେଶର ଶାସକ ଦଳ ୱାଇଏସ୍ଆର୍ କଂଗ୍ରେସରେ ଯୋଗ ଦେଇଛନ୍ତି।

➡️୨୦-କିଟ୍ ବିଶ୍ବବିଦ୍ୟାଳୟ ପରିସରରେ ଚାଲିଥିବା ସର୍ବଭାରତୀୟ ବିଶ୍ବବିଦ୍ୟାଳୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁଙ୍କୁ ମିଳିଲା ସ୍ବର୍ଣ୍ଣ ପଦକ l ସେ ୧୦୦ ମିଟର୍ ମହିଳା ବାଧାଦୌଡ଼ରେ ପ୍ରଥମ ସ୍ଥାନରେ ରହି ଏହି ଗୌରବ ଆଣିଛନ୍ତି।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ଚଳଚ୍ଚିତ୍ର ନିର୍ଦ୍ଦେଶକ ରମାନନ୍ଦ ସାଗରଙ୍କ ଜନ୍ମଦିନ ll*
*🔅ଆଜି ମଙ୍ଗୋଲିଆର ସ୍ୱାଧୀନତା ଦିବସ ll*
*🔅ଆଜି ଆୟର୍ଲାଣ୍ଡର ସମ୍ବିଧାନ ଦିବସ ll*
*🔅ଆଜି ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ରାଜେଶ ଖାନ୍ନାଙ୍କ ଜନ୍ମଦିନ ll*

         *ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
               *ll ଶୁଭ ସକାଳ,ସୁପ୍ରଭାତ ll*

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch