ଜାନୁଆରୀ ମାସ ୧୬ ତାରିଖ ୨୦୨୪ ମସିହା(ମଙ୍ଗଳବାର)ରାଶି ଫଳ


  ଜାନୁଆରୀ ମାସ ୧୬ ତାରିଖ ୨୦୨୪ ମସିହା(ମଙ୍ଗଳବାର)*
*ଶକାବ୍ଦ -୧୯୪୫* 
*ସମ୍ବତ -୨୦୮୦*
*ଦିଲ୍ଲୀସ୍ୱରାଦ୍ଧ-୧୪୩୧*
*ସମ୍ବତ୍ସର-ପିଙ୍ଗଳ*
*ପୌଷମାସ- ଶୁକ୍ଲପକ୍ଷ*
*ତିଥି- ଷଷ୍ଠୀ ରାତ୍ରି ଘ୦୧୨/୩୦ ପର୍ଯ୍ୟନ୍ତ  ତଦନ୍ତେ ସପ୍ତମୀ*
*ନକ୍ଷତ୍ର- ପୂର୍ବଭାଦ୍ର ଦିବା ଘ୦୭/୧୩ ପର୍ଯ୍ୟନ୍ତ  ତଦନ୍ତେ ଉତ୍ତରଭାଦ୍ର* 
*ଚନ୍ଦ୍ର-ମୀନ*
*ଯୋଗ- ପରିଘ*
*କରଣ - କୌଳବ*
*ସୌରମାସ- ମକର ୦୨ ଦିନ*
*✧═════•❁❀❁•════✧*
*ସୁର୍ୟୋଦୟ-ପ୍ରାତଃ ଘ୦୬/୨୮/୫୪*
*ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୫/୧୯*
*✧═════•❁❀
*ଯୋଗିନୀ ପଶ୍ଚିମେ ରାତ୍ରି ଘ୧୨/୩୦ ପର୍ଯ୍ୟନ୍ତ  ତଦନ୍ତେ ବାୟବ୍ୟେ*
*ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ*
*ଧନୁ ରାଶିର ଘାତଚନ୍ଦ୍ର*
 *ମକର ରାଶି ର ଘାତବାର*
✧═════•❁❀❁•═══
*କାଳବେଳା -ଦିବା ଘ୦୧/୨୦ ଗତେ ଘ୦୨/୪୩ ମଧ୍ୟେ*
*ବାରବେଳା - ଦିବା ଘ୦୭/୫୦ ଗତେ ଘ୦୯/୧୩ ମଧ୍ୟେ*
══•❁❀❁•═
*ବିଶୁଦ୍ଧ ଅମୃତ ବେଳ। - ଦିବା    ଘ୦୯/୧୫  ଗତେ ଘ୧୧/୧୭ ମଧ୍ୟେ ଓ  ଘ୦୨/୪୪  ଗତେ ଘ୦୩/୩୬ ମଧ୍ୟେ ଓ ଘ୦୪/୦୫ ଗତେ ଘ୦୫/୨୫ ମଧ୍ୟେ*
*ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି*
═✧*══•❁❀❁•═════✧
*ଅଦ୍ୟ  ନିମ୍ବ  ଭକ୍ଷଣ  ନିଷେଧ*
*═✧*══•❁❀❁•═════✧

*✧═════•❁❀❁•═════✧*  
*🌼🌹꧁ ଆଜିର ରାଶିଫଳ꧂🌹🌼*
        *✧═════•❁❀❁•═════✧*
*🌹ମେଷ🌹👉: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବା ନିଷ୍ପତି ସଫଳ ସାବ୍ୟସ୍ତ ହେବ। କ୍ୟାରିଅର ଗଢ଼ିବା ଲାଗି ଭଲ ସୁଯୋଗ ପାଇବେ। ଓକିଲଙ୍କୁ ପୁରୁଣା ମକଦ୍ଦମାରେ ସଫଳତା ମିଳିବ। ବେପାରରେ କୌଣସି ନୂଆ ଅନୁବନ୍ଧ ହୋଇପାରେ।* 
*✧═════•❁❀❁•═════✧*
*🌹ବୃଷ🌹👉: ପ୍ରଭୁଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ଆପଣଙ୍କୁ ଉନ୍ନତିର କୌଣସି ଭଲ ସୁଯୋଗ ମିଳିବ। ଆର୍ଥିକ ରୂପେ ଆପଣ ମଜଭୁତ ରହିବେ। ସନ୍ତାନଙ୍କ ପକ୍ଷରୁ କୌଣସି ଖୁସି ଖବର ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ।* 
*✧═════•❁❀❁•═════✧*
*🌹ମିଥୁନ🌹👉: ଧ୍ୟାନ ଓ ଯୋଗ ମାଧ୍ୟମ ରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାରେ ଶିକ୍ଷା ଲାଭ କରିବେ। ଆପଣଙ୍କର କୌଣସି ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ମହିଳାମାନଙ୍କ ଲାଗି ଦିନଟି ଭଲ ରହିବ।* 
*✧═════•❁❀❁•═════✧*
*🌹କର୍କଟ🌹👉: ସକାରାତ୍ମକ ମନୋଭାବରେ ରହନ୍ତୁ, କାମ କରିବା ସହଜ ହେବ। ବ୍ୟବସାୟର ନୂଆ ଗ୍ରୁପରେ ଯୋଡ଼ିବାର ବିଚାର କରିବେ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।*
*✧═════•❁❀❁•═════✧*
*🌹ସିଂହ🌹👉: ଆପଣଙ୍କ ମନ ପ୍ରସନ୍ନ ରହିବ। ଆପଣଙ୍କ କାମ ପାଇଁ ଆର୍ଥିକ ସହାୟତା ମିଳିବ। ଗଣମାଧୢମ ଓ ସ˚ଚାର କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ପ୍ରଗତି ହେବ। ପରିବାର ଲୋକଙ୍କ ସହିତ ସୁଖଦ ସମୟ ବିତେଇବେ।* 
*✧═════•❁❀❁•═════✧*
*🌹କନ୍ୟା🌹👉: ଆର୍ଥିକ ଲାଭ ପାଇଁ ସୁନ୍ଦର ଦିନଟିଏ। ନୂଆ ପରିଯୋଜନାରେ କାମ କରିବେ। ଆପଣଙ୍କ କାମରେ ସବୁ ଲୋକ ଖୁସି ରହିବେ। ବ୍ୟବସାୟୀଙ୍କୁ ନୂଆ ନିବେଶରେ ଲାଭ ହେବ। ଛାତ୍ରଙ୍କ ମନରେ ବିଭିନ୍ନ ପ୍ରକାର କଥା ଘୂରି ବୁଲିବ।* 
*✧═════•❁❀❁•═════✧*
*🌹ତୁଳା🌹👉: କାମ ଧନ୍ଦା ମାମଲାରେ ପରିସ୍ଥିତି ବଢ଼ିଆ ରହିବ। ଇଲେକଟ୍ରୋନିକ୍ସ ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ। ଖେଳାଳିମାନେ ସୁନାମ ଅର୍ଜନ କରିବେ। ସନ୍ତାନ ଆପଣଙ୍କୁ କୌଣସି ଭଲ ଖବର ଶୁଣାଇବେ। ପାରିବାରିକ ଜୀବନ ସୁଖମୟ ହେବ।* 
*✧═════•❁❀❁•═════✧*
*🌹ବିଛା🌹👉: ନିଜକୁ ଊର୍ଜାବାନ ଅନୁଭବ କରିବେ। କୌଣସି ଅନୁଭବୀ ବ୍ୟକ୍ତିଙ୍କର ରାୟ ଆପଣଙ୍କ ଲାଗି ବଢ଼ିଆ ସାବ୍ୟସ୍ତ ହେବ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହେବ। ଦାମ୍ପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ।* 
*✧═════•❁❀❁•═════✧*
*🌹ଧନୁ🌹👉: କାମ ପ୍ରତି ଆପଣଙ୍କ ଉତ୍ସାହ ବୃଦ୍ଧି ହେବ। ପଇସା ଚିନ୍ତା ଦୂର ହେବ। କଳାକାରଙ୍କୁ ଫିଲ୍ମର ସୁଯୋଗ ମିଳିବ। ଅଫିସରେ ଆପଣଙ୍କର ସହଯୋଗୀ ଆପଣଙ୍କୁ ସାହାଯ୍ୟ ମାଗିବେ। ପ୍ରିୟ ବନ୍ଧୁଙ୍କ ସହିତ ଆପଣଙ୍କ ସମ୍ବନ୍ଧ ଭଲ ରହିବ।* 
*✧═════•❁❀❁•═════✧*
*🌹ମକର🌹👉: ଆପଣଙ୍କ ମନୋବଳ ଦୃଢ଼ ରହିବ। ଆପଣଙ୍କର କୌଣସି କାମ ବାଧା ପ୍ରାପ୍ତ ହେବ ନାହିଁ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ କୌଣସି ନୂଆ ଦାୟିତ୍ବ ମିଳିପାରେ। ପରିବାର ସଦସ୍ୟମାନଙ୍କ ସହିତ ଉତ୍ତମ ବୁଝାମଣା ରହିବ ।*
*✧═════•❁❀❁•═════✧*
*🌹କୁମ୍ଭ🌹👉: ଆପଣଙ୍କ ଉପରେ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ। ବ୍ୟବସାୟକୁ ନେଇ ଭଲ ସଉଦା ହେବାର ସମ୍ଭାବନା। ପ୍ରିୟତମଙ୍କଠାରୁ ଉପହାର ପାଇବେ।* 
*✧═════•❁❀❁•═════✧*
*🌹ମୀନ🌹👉: ଦିନଟି ଆପଣଙ୍କ ପାଇଁ ଉତ୍‌ଥାନ ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ପିଲା ଦିନର ସାଙ୍ଗଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବୈବାହିକ ଜୀବନ ଖୁସିରେ ଭରା ରହିବ।*
*✧═════•❁❀❁•═════✧*

Comments

Popular posts from this blog

ବିଏସ୍‌କେୱାଇ ବଞ୍ଚିତଙ୍କୁ ମିଳିବ "ନବୀନ କାର୍ଡ'

Indian Airforce Agniveer Recruitment 2024 – Apply Online for Agniveer Vayu Intake (01/2025) Batch